Unknown

ଶ୍ରୀକୃଷ୍ଣଚନ୍ଦ୍ର ଚଉତିଶା ବିନୟଉକ୍ତି ଚଉତିଶା ଓଗେର

 

ଶ୍ରୀକୃଷ୍ଣଚନ୍ଦ୍ର ଚଉତିଶା

ବିନୟଉକ୍ତି ଚଉତିଶା ଓଗେର

ଶ୍ରୀ ଗୋବିନ୍ଦ ରଥ

 

ଶ୍ରୀକୃଷ୍ଣଚନ୍ଦ୍ର ଚଉତିଶା

କହିବୁ କରୁଣାନିଧିସନ୍ନିଧରେ ଦ୍ୱିବ୍ୟ ଅବକାରେ

 

କି ଘେନି ଚିତ୍ତରେ ପଥର ପକାଇ ଦେଉଛି ପ୍ରୀତିପଥରେ

ଖଳବଚନକୁ ପ୍ରତେ କରି ମୋତେ ନିରତେ କଲା ନିରାଶ

 

ଖଞ୍ଜନ ନୟନା ଏତେ ଉଣାକଲେ ମୁଁ ଯେ ତାହା କିଣାଦାସ

ଗୁରୁଜନେ ଗାଳି ଦେଇ ଝାଡ଼ୁଥାନ୍ତି କେତେ ଅପବାଦ ଦେଇ

 

ଗିରିଶ ମୋହି କେଡ଼େ ଦୁଃଖ ମୋ ପାଇଁ ଅଭିସାର ହୋଇଥାଇ

ଘନକୁ ଚାତକ ଆଶା ପୁରି ତାକୁ ଆଶା ମୋର ପ୍ରତିଦିନ

 

ଘେନନାହିଁ ଚିତ୍ତେ କି ତପିମୋହିନୀ ଜଳକୁ କି ଛାଡ଼େ ମୀନ

ନୟନେ ନାଚୁଛି ନବୀନା ଝଲକ ହାସ ଶୋଭା ଅନୁକ୍ଷଣେ

 

ନ ରଖୁଛି କିପାଁ ନବବାଳି ମୋତ୍ତେ ତା ପଛ ଅନୁଶରଣେ

ଚରଣେ ଫିଙ୍ଗି ଦେଲେ ତାଙ୍କ ଚରଣ ଚକପରି ଥିବି ଲାଗି

 

ଚିତ୍ତସୋହିନିର ଚିତ୍ତ ଅନୁସରି ସେବା କରିଥିବି ଜଗି

ଛନବବୟସି ନିଚିକି ସାରି ବାସଇକଶଯ୍ୟାରେ ରହି

 

ଛଇଳା ଚିତ୍ତେତ ଛଳ ନ କରଇ ସେ ସ୍ନେହ ରଖିଲା କାହିଁ

ଜଗି ବସିଥାଇ ଯୋଗିପରି ନିଜି ଯମୁନାଘାଟରେ ଯାଇ

 

ଯୁବକ ରତନ ଯାନ ଶ୍ରୀମୁଖ ଶୋଭା ଦରଶନ ପାଇ

ଝର ନଦୀପରି ଝରୁଛି ନିରଭେ ନୀର ନୟନରୁ ମୋର

 

ଝୁରୁଛି ବସି ଝଳି ଗୋରୀ ମୋଦ୍ରାରେ କରୁଛି ହୃଦ ପଥର

ନାଚରିମଣି ସହୃଦୟମିଶି ମୁଁ ହୃଦୁମୁଣି କରି ଥିଲି

 

ନ ଥିଲା ମୋ ମନେ ଶିଶିର କମଳ ଲତାପରି ହେବି ବୋଲି

୧୦

ଟାଣ କରିଥିଲି ଟହକ ହାସିଲୁ ସ୍ନେହଧନ ବରଷାରେ

 

ଡ଼ାକି ଦେଲା ଏଡ଼େ ଆଶା ମୋ କାହିଁକି ରସାଳ ହୃଦୟାବାରେ

୧୧

ଠିକ ବଚନ ଠିକ ମିଶି ମନରେ ମୋତେ ଏବେ କଲା ପର

 

ଡ଼େରିକି କେହି ଲିଭାଇଲା ଏବେ ତା ପ୍ରୀତି ପଥର ବାର

୧୨

ଡ଼ମ୍ବରୁ ମଧ୍ୟମା ଡ଼ୋଳା ମଧ୍ୟେ ମୋର ବିରତେ କଲାଣି ଘର

 

ଦେଉଛି ଶ୍ରୁତି ନିରତେ ଶୁଣିବାକୁ ନୂପୁର ଧ୍ୱନିକି ତାର

୧୩

ତୋଳିବାକୁ ବିଷ ହେଲାଣି ମାନସ ଢ଼ାଳ ନେତ୍ରି ନିରାଶରେ

 

ପକା ବାଜିଲାଣି ରାତିବନେତ୍ରିର ବନ୍ଧା ମୁଁ ପ୍ରେମପାଶରେ

୧୪

ଆଦା କେଡ଼େ ସ୍ନେହିଆନ ନାରିରୀତି ଚିହ୍ନ ଦେଖିଲେ ମୋ ଦେହେ

 

ଅବଗୁଣ ତ୍ୟଜ ସୁଗୁଣବତୀ ତାଭାବ ପୁଛୁଥାଇ ସ୍ନେହେ

୧୫

ନ୍ୟତି ସଂକେତ ଆସି ଦୁତି ପେଶିଲା ଆଜି ନ ଭେଟଇ ଯେବେ

 

ତଟିନୀ ଅରଣ୍ୟେ ରୁଷଇ ମୋତେ ସେ ମନ କି କଲା ସେ ଏବେ

୧୬

ଥରୁଛି ମୋ ତନୁ ଅନୁବ୍ରତେ ଜୀବ ଯିବା ଅନୁକୁଳ କରେ

 

ପାଶୁ ମୋହି କାହାକୁହି ଘେନି ମୋତେ ମନେଭ ନ କଲା ଥରେ

୧୭

ଦରିଦ୍ର ହାତକୁ ନିଧି ଗଲାପରି ଦଣ୍ଡେ ଥୟ ନୋହେ ମନ

 

ଦୁଃଖ ନଦେ ଏବେ ଭସାଇ ମୋତଭ ମୋର ନ ବୋଇଲ ଧନ

୧୮

ଧରାରେ ଧନ୍ୟ ବୋଲାଉଥିଲି ବନ୍ଧୁ ଅନୁରାଗ ଧର୍ମ ପାଇ

 

ଧରାଲୋକ ପରି ଧରା ଚିରୁଛି ମୁଁ କେବଳ ମହିକି ଚାହିଁ

୧୯

ନିମିଷକ କୋଟିଯୁଗ ମଣାଇ ସେ ଦଣ୍ଡେ ନ ଦେଖିଲେ ମୋତେ

 

ନବ ଅନୁରାଗ ଲତାକୁ ଲଗାଇ ଉପାଡ଼ି ଦେଉଛି ହାତେ

୨୦

ପ୍ରୀତ ପଦାର୍ଥର ପଦାର୍ଥ କାହିଁ ଛି ମୋ ବନ୍ଧୁ ଜାଣଇ ତାହା

 

ପରମ ସ୍ନେହି ହୋଇ ତ ପାସୋରିଲା ମନରୁ ପୂର୍ବ ଉତ୍ସାହା

୨୧

ଫିଟାଇ ଦେଲା କେ ତା ମନ ମୋଠାରୁ ଘେନ ଇ କିକି ବଚନ

 

ଫାଟୁଛି ହୃଦୟ ମୋ ହୃଦ ଦଳିତ ହୋଇଲା ତା ମନେ ଆନ

୨୨

ବିବେକେି ହୋଇ ବିବେକ ଫିଙ୍ଗିଦେଲେ କିଣି ମୋତେ ଭବଧନେ

 

ହେବ କାହାର ନ ବିଚାରିଲା ତ ମନେ

୨୩

ଭାଗ୍ୟମୋର ସରିଗଲା

 

ଭଗାରି ହସିବେ ଥିଲା ମୋ ଲସିବେ କି କରିଥିଲି କି କଲା

୨୪

ମନେ କରିଥିଲ ମନମୋହନାର ପ୍ରେମଧନ ନ ତୁଟିବ

 

ମୁ ଜାଣିଥିଲି କି ମିତ୍ରପଣ ତୃଣ ତୁଷାର ପରାୟେ ଯିବ

୨୫

ଯୋଗ ବିଯୋଗ ହେଲେ ଯାହା ବଞ୍ଚିବ ଭଳ ତ ଜୀବ ଯିବାର

 

ଯୋଷାରତ୍ନହୋଇ ଘୋଷ କରିଅଛି ମୁ ହେଲି ତ ନାରଖାର

୨୬

ରଖେ ଯେ ଯାହାକୁ ପ୍ରେମସଙ୍ଗେ ଭରି ହରଷ ଚକ୍ର ଘୋଡ଼ାଇ

 

ରଖି ଏହି ଲାଜ ଶଁକୁ ମହିପରେ କିଣା ଲୋକକୁ ସନ୍ତାଇ

୨୭

ଲେଖା ମୋହିନି ସହୁଥିଲା ମୋହର ଲକ୍ଷେ ଅପବାଦ କଥା

 

ଲାବଣ୍ୟନିଧିକି ବୁଝାଇ କହିବୁ ନ ଘେନିଲା ତାର ବ୍ୟଥା

୨୮

ବ୍ରହ୍ମପଦକକି ତୁଚ୍ଛ ମଣୁଥାଇ ବଲ୍ଲଭି ଶ୍ରୀମୁଖ ଦେଖି

 

ବରଷିଲା ଘନ ନ ବରଷିଲେ ଯେ ଚାତକ ତଇକି ସଖି

୨୯

ଶ୍ୟାମ କମଳା କଳାବତୀ ମୋନେତ୍ର ସମ୍ପତ୍ତ ବେଲି ଡ଼ାକରଇ

 

ଶମପଦ କହିବାକୁ ବିଚାରୁଛି ମୋରତ ବିଚାର ଏହି

୩୦

ଷୋଡ଼ଶାଗମନୀ ଘେରିଥିବ ଚିତ୍ତେ ମୋ ମନ ଅନୁଗୋଚର

 

ଷିଳସମ ଅବା ଚଳି ସରସମ ତାବିନା ଗତି କେ ମୋର

୩୧

ଶିରଫୁଲ ଗା କଲି ମୁ ଯାହାକୁ ସେ ହେଲା ଗିରିସମାନ

 

ଶୀଘ୍ରେ କହିବୁଟି ମୋ ପଞ୍ଚପରାଣ ନେଉଛି ତାର ପତନ

୩୨

ହରଷରୁ କେଉଁ ହାନିବା ନୁହଇ ବିରସରୁ କେଉଁଲାଭ

 

ହେଜିବ ଚିତ୍ତରେ ଧନ ମୋ କେବଳ ଏତିକି ମିଳଇ କ୍ଷୋଭ

୩୩

କ୍ଷମାନିଧି ସିଦ୍ଧି ବୁଡ଼ି ଯାଉଅଛି କହିବୁଥରେ ମଣାଇ

 

କ୍ଷମେ କୃଷ୍ଣଚନ୍ଦ୍ର ନୃପ ଭାସେ ରାଧାକୃଷ୍ଣଙ୍କର ପାଦ ଧ୍ୟାଇ

୩୪

 

ବିନୟଉକ୍ତି ଚଉତିଶା

ନାହାନ୍ତି କହ୍ନାଇ ଦୁତି ପାଶର

 

ଶୁଣ ସହଚରି ତନୟ ମୋର

 

ସଜନ ପାଶରେ ଯାଇ

 

କିପାଁଇ ମାନ କରୁଅଛି ସେହି ସେ

 

କିଣାଜନ ମୁହିଁ ତାର ରେ

 

ନିଜ ଦୋଷକୁ ମୋଠାରେ ଏଡ଼େ ରୋଷ

 

କରିଅଛି ରାମାବର ରେ

ନିପତିସୁତା ଅଟେ ସଜନି

 

ଖଲବଚନ ମନେ ଅଛି ଘେନି

 

ମଣ୍ଡଳା ତୁ ମୋର ଭରସା

 

ଖଳ ମଦନ ଦେଉଥିବୁ ଦଶା ସେ

 

କ୍ଷୀନ୍ନ ହେଲା ମୋର ଦେହି ଯେ

 

ନୟନୀ ଚାରୁ ପୀନସ୍ତନୀ

 

ଦୟା ବାରେ କରୁ ନାହିଁ ଯେ

 

 

କମ୍ପନ ପାଶେ ଦୂତି ଯିବୁ

 

ଗୁପତେ ମୋର ବେଦନା କହିବୁ

 

ଗୋରୀ ଅଙ୍ଗି ଯେତେ ଦୋଷ ମୋର

 

କ୍ଷମା କରିବ ନ ଘେନି ମନର

 

ଗହନ ଦୁଃଖୁ ତରିବି ଯେ

 

ପଞ୍ଚଭି ତା ଗୁଣ ଗୀତ କରି

 

ନିରନ୍ତରର ଗାଉଥିବି ଯେ

ଯାଇ କହିବୁ ସଜନି ପାଶ

 

ଘେନିମ ନାହିଁ କିଛି ମୋର ଦୋଷ

 

ଜୀବନ କୁସୁମ ଧନୁ

 

ଘଡ଼ିଏ ପାସୋର ନ ଗଲାମନୁ ସେ

 

ଘଟଣ ଚନ୍ଦ୍ରମାମୁଖ ରେ

 

ରହିଅଛି ବିରହ ବେଦନା

 

ଚାହିଁଲେ ଯିବ ମୋ ଦୁଃଖରେ

 

 

 

 

କରିଅଛି ଚାତକ ପରି

 

ଆକାଶ ଘନ ଅଟଇ ସୁନ୍ଦରୀ

 

ତାହା ବିନା ନାହିଁ ଭରସା

 

ଅଛି ତାହାଠାରେ ସକଳ ଆଶା ସେ

 

ଆରେ ରମଣିରତନ ରେ

 

ଭାଙ୍ଗିଲେ ଅପକୀର୍ତ୍ତି ପାଇବ

 

ଏ ନବପଞ୍ଚ ଭୁବନରେ

ପୀନସ୍ତନା ଚନ୍ଦ୍ରମା ମୁଣି

 

ଚିତ୍ତେ ଦୟା କରୁ ମୋ ଦୁଃଖ ଦେହୁ

 

ଚାହୁଁ କ୍ଷୀନ୍ନ ହେଲା ମୋ ତନୁ

 

ଚମ୍ପାବରନା ପାସୋରିଲା ମନୁଯେ

 

ଚିର କାଳୁ ମୁଁ ତା କଣାରେ

 

ବିନ୍ତା ଜଳଧିରେ ଭାସି ଯାଉଅଛି

 

ନ କଲା ବାରେ କରୁଣାରେ

 

 

 

 

ଛଇଳବର ସେ ତରୁଣି ମଶି

 

ଛାର କଥାକୁ ମନେ ଅଛି ଘେନି

 

ଛଟକ ଝଟକ ରଙ୍ଗି ଭଙ୍ଗିମା

 

ଛାଡ଼ୁନାହିଁ ମୋର ମନରୁ ରାମା ସେ

 

ଛାଡ଼ିବ ତାକୁ କେମନ୍ତେ ଯେ

 

ଛନ୍ଦବୁଦ୍ଧିରେ ପଡ଼ି କରି ରମଣି

 

ଛାର କରି ଦେଲା ମୋତେ ଯେ

ଜଗତେ ପାଇବଟି ଅପଯଶ

 

ଯେବେ ମୋଠାରେ କରିବ ନିରାଶ

 

ଜୀବିକା କରିଛି ତା ଗୁଣ ଭାବ

 

ଜୀବନ ଥିଲେ କି ପାସୋର ଯିବ ସେ

 

ଜପୁଛି ତାହାର ରୂପ ଯେ

 

ଯେଣେ ଚାହିଁ ଦେଲେ ତେଣେ

 

ଦିଶୁଥାଇ ସଖିର ଚନ୍ଦ୍ରମାମୁଖରେ

 

 

 

 

ଝଟକ ବିଜୁଳି ପ୍ରାୟେ ତା କାନ୍ତି

 

ଝଲମଲ ଦିଶେ ଅଳକା ପନ୍ତି

 

ପୁଳୁଥାଇ ନାସେ ଲୋଥ ବସଣି

 

ଝୁଣ୍ଟିଆ ନାଦ ମନ ନିୟେ କିଣି ସେ

 

ଝଲକା ପାନ ପତର ଯେ

 

ଝସନୟନାର ଝଟକ ଚାହାଣି

 

ତରଳି ଯିବ ପଥର ଯେ

ନକ୍ଷତ୍ର ମଧ୍ୟରେ ଯେହ୍ନେ ଚନ୍ଦ୍ରମା

 

ନାଗରିକ ମଧ୍ୟେ ଅଟଇ ବମା

 

ଲନ୍ଧଣା ଦେବ କୁ ବ୍ରହ୍ମାଣ୍ଡେ ନାହିଁ

 

ଲାଜେ କାମଦେବ ଲୁଚିବଯାଇ ସେ

 

ନିର୍ମାଣିଛି ଭଲା ବିହି ଯେ

 

ନାଗ ନର ସୁର କିବା ତପିବର

 

ଦେଖିଲେ ହୋଇବେ ମୋହଯେ

୧୦

 

 

 

 

ଟୋପି ଚନ୍ଦନବିନ୍ଦୁ ଭାଲେ ସାଜେ

 

ଟେକ ଚାହାଣି ମୋର ତନୁ ଗଞ୍ଜେ

 

ଟାଣିନେଲା ପ୍ରାଣ ପ୍ରେମ ଡ଼ୋରିର

 

ଟାଣ ଧଇର୍ଯ୍ୟ ଭାଙ୍ଗିଲା ମୋହର ସେ

 

ଟିକାୟେ ନ ଗଲା ମନ ଯେ

 

ଟାକି ବସିଅଛି ରଜନି ପିବସେ

 

ଲଭିବାକୁ ତାର ତନୁ ଯେ

୧୧

ଠୁଳ କାମଜଳେ ଭାଷିଲି ମୁହିଁ

 

ଠଣ ସୁନ୍ଦରିଗୋ ଉଦ୍ଧର ତୁହି

 

ଠଉରିବାକୁ ମୋ ନାହିଁ ଭରଷା

 

ଠିକେ ମୁହିଁ ତୋତେ କରିଛି

 

ଠାକ କରିଅଛି ତୋତେ ଯେ

 

ଠାଠିକ ମୁଖି ତୁ ଏ କାମସାଗରୁ

 

ଉଦ୍ଧରିଣ ଧର ମୋତେ ଯେ

୧୨

 

 

 

 

ଡ଼ମ୍ବରୁ ସରୁ ସୁନ୍ଦର ତୋ କଟି

 

ଡ଼ାଳିମ୍ବ ମଞ୍ଜିକି ଦଶନ ପନ୍ତି

 

ଠିକ ତୋର ପିକ ବାଣିକି ଜଣା

 

ଡ଼ରେ କାମଦେବ ହୋଇବ ବଣା

 

ସେ ଡ଼ୋଳା ଖେଳାଇବା ଭଙ୍ଗି ଯେ

 

ଭ୍ରଥଇ ପାଦେ ବାଜେଣି ଖୁଣ୍ଟିଆ

 

ଯୋଗିଯୋଗ ଯିବ ଭାଙ୍ଗି ଯେ

୧୩

ଢ଼ଳିଥାଇ ଯୁଡ଼ା ବାମ ପାଶକୁ

 

ବେଢ଼ିଥାଇ ମଧୁକର ପାଶକୁ

 

ଘଳହଳ ଦିଶେ ମୁକୁତା ହାର

 

ଧାଡ଼ି ଧାଡ଼ି କିବା ନକ୍ଷତ୍ର ମାଳସେ

 

ଢ଼ଳିଲି ସେ ଶୋଭା ଚାହିଁ ଯେ

 

ଢ଼ୋକିଲା ଗରଳ ବିଷ ପ୍ରାୟେ ମୋର

 

ଚେତନା ରହିଲା ନାହିଁ ଯେ

୧୪

 

 

 

 

ଅଙ୍ଗଭଙ୍ଗ ମଧ୍ୟେ ସିନ୍ଦୂର ଶିର

 

ଉଇଁଛି କି ଭାନୁ ଉଦୟ ଗିର

 

ଅଳକା ବେତକୁ ଉପମା ନାହିଁ

 

ବାର ଆଦିଯକି ଅଛଇ ଉଇଁସେ

 

ଅବନୀ ଶୋଭା ସୁନ୍ଦର ଯେ

 

ତମ୍ବୁଜନୟନୀ କଣ୍ଠେ ରତ୍ନମଣି

 

କର୍ଣ୍ଣେ କାପମନୋହର ଯେ

୧୫

ପକାଇ ଦହିଲା ସୁବର୍ଣ୍ଣ ପରି

 

ତୁଳ୍ପତ ତୋତେ ନାହିଁ ତିନିପୁରି

 

ଚାରୁଣିଙ୍କ ମଧ୍ୟେ ଅଟୁ ରତନ

 

ତୋ ରୂପ ଦେଖି ହେବେ ମୁନି ଭ୍ରମ ସେ

 

ତ୍ରୈଲୋକ୍ୟ ମଧ୍ୟେ ଚନ୍ଦ୍ରମା ଯେ

 

ତୋର ରୂପ ରାଶ ଗଢ଼ିଥିଲା ବସି

 

କେତେକାଳ ବିଶ୍ୱକର୍ମା ଯେ

୧୬

 

 

 

 

ତଳ ପୃଥିବୀରେ ବିଚିତ୍ର ଯେତେ

 

ସ୍ଥୁଳକରି ଧାତା ଗଢ଼ିଲା ତୋତେ

 

ଶୟନ ମୋହନ ଉଚ୍ଚାଟ ଘେନି

 

ଥୋଇଲା କ ବିହି ତୋର ମୁର୍ଦ୍ଧନି ସେ

 

ଥରେ ଦେଲି ମୁହିଁ ଚାହିଁ ଯେ

 

ସରୁଅଛି ସେହି ଦିନରୁ ମୋ ତନୁ

 

ଥୟ ଆଉ ହେଉନାହିଁ ଯେ

୧୭

ପରଦରହାସି ଗତି ମନ୍ଥର

 

ଦ୍ରବି ହୋଇ ବୋହି ଯିବ ପଥର

 

ପାଉଦାଉ ଦିଶେ ପାହୁଡ଼ ବଳା

 

ଦିବ୍ୟ ଅଳଙ୍କାର ତୋକଟୀ ବେଢ଼ା ସେ

 

ଦର୍ପଣ ମୁଖ ସୁନ୍ଦର ଶଯ

 

ଦିବା ରଜନୀରେ ରଜନୀ ବାସରେ

 

ନ ଗଲା ମନୁ ମୋହର ଯେ

୧୮

 

 

 

 

ଧୀର ବଚନ ତୋ ବୀଣାକୁ ଜିଣା

 

ଧୀର ଚାହାଣି ତ ପରାଣ ଘେନା

 

ଧରି ବାସ ଶେଷ ମୁଖେ ଦେବାର

 

ଧଇର୍ଯ୍ୟ କେହୁ ଧରିବ ଶରୀର ସେ

 

ଧନ୍ୟ ତୋର ରୂପ କାନ୍ତି ଯେ

 

ଧ୍ୟାନ କରୁଅଛି ତୋ ମୁଖ ରାଶ ଭାକୁ

 

ଲଭିଲେ ପାଇବ ଗତି ଯେ

୧୯

ନାସେ ଗଜମୋତି କର୍ଣ୍ଣେ ତାଟକ

 

ନୀଳମେଘେ କି ବିଜୁଳି ଝଟକ

 

ନୀରଜ ନୟନେ ଅଞ୍ଜନ ସାଜେ

 

ନବକୋଟୀ କାମ ତୋ ତନୁ ଗଞ୍ଜେ ସେ

 

ନବନାଗରୀକ ବର ଯେ

 

ନବୀନବୟସି ଚାରୁ ଶୁଭ୍ରକେଶି

 

ନ ଗଲା ମନୁ ମୋହର ଯେ

୨୦

 

 

 

 

ପଦ୍ମନୟନୀର ଚାହିଁବା ଭଂଗି

 

ପଞ୍ଚଶର ବୀଣା ଅଛିକି ସନ୍ଧି

 

ପଛଭାଗକୁ ପଡ଼ିଅଛି ବେଣୀ

 

ପିଠିପରେ କି ଖେଳେ କଳାଫଣୀ ସେ

 

ପଡ଼ିଗଲା ନେତ୍ର ମୋର ଯେ

 

ପାଦ ନ ଚଳିଲା ସ୍ଥକିତ ରହିଲା

 

ଦେଖି ମୁ ହେଲି ତରଳ ଯେ

୨୧

ଫୁଟିଲା ପଦ୍ମପ୍ରାଏ ମୁଖ ତାର

 

ଫୁଲାଇ ନାସା ଭାଷା କହିବାର

 

ଫୁଲଧନୁ ଧରି ନୟନ ଶର

 

ଫୁଟାଇ ଦେଉଛି ହୃଦୟ ମୋର ସେ

 

ଫାନ୍ଦ ତା ମଧୁରହାସ ଯେ

 

ଫାନ୍ଦରେ ପଡ଼ିଲେ ନିଶ୍ଚେ ନାଶ ଗଲି

 

ବଞ୍ଚିବାକୁ ନା ହିଁ ଆଶ ଯେ

୨୨

 

 

 

 

ବୟସ କିଶୋଣର ବିଧୁବଦନା

 

ବଚନ ତାହାର ବୀଣାକୁ ଜିଣା

 

ବଳିଶ ବାହୁ ଯା ମୃଣାଳ ପରି

 

ବଦ ମୁଦ୍ରିକା ମୋହେ ରତ୍ନଚୁଡ଼ୀ ସେ

 

ବିବେକ ଚତୁର ନାରୀ ଯେ

 

ବୁଡ଼ି ଯାଉଅଛି କାମସମୁଦ୍ରରେ ବାରେ

 

କରୁ ମୋତେ ପାରି ଯେ

୨୩

ଭବାନୀପତିଙ୍କୁ ବର ମନାଇଁ

 

ଭାଗ୍ୟଥିଲେ ଥରେ ଭେଟିବି ଯାଇ

 

ଭାବେ ପ୍ରସନ୍ନ ହେବେ ଶୂଳଧର

 

ଭକତି ବାରେ ଘେନିବେ ମୋହର ସେ

 

ଭେଟାଇବେ ରାମବାବର ଯେ

 

ଭେଟ ପଡ଼ିଲେ ଛାମୁରେ ଜଣାଇଁବି

 

ହୃଦର ବେଦନା ମୋର ଯେ

୨୪

 

 

 

 

ମନ୍ଦ ମୟତ ବନନେ ରାମାବର

 

ମୋତେ ସଙ୍ଗେ ଘେନି କଲା ବିହାର

 

ମାଧବଲତା ଅଟାଳ ଜଗନ

 

ମନେ ପଡ଼ିଲେ ହୃଦ ହୋୟେ କୀର୍ତ୍ତି ସେ

 

ମନରୁ ନ ଗଲା ମୋର ଯେ

 

ମୀନନୟନା ମନେ ମାନ ଘେନିଣ

 

କଲା କ ମୋତେ ଅନ୍ତର ଯେ

୨୫

ଜଳନ୍ତ୍ରୀଡ଼ା ବେଳେଯେତେକ ଭାବ

 

ଜୀବନ ଥିଲେ କି ପାସୋର ଯିବ

 

ଯମୁନାଘାଟର ସେ କେଳିସ୍ଥାନ

 

ଯିବ କି ମନରୁ ସେ କଥାମାନ ସେ

 

ଜୀବ ଥିବ ଯେତେକାଳ ଯେ

 

ଜଗତମୋହିନୀ ଗଜେନ୍ଦ୍ରଗମନୀ

 

ନ ଗଲା ମନୁ ମୋହର ଯେ

୨୬

 

 

 

 

ରମଣିରତନ ଅଟଇ ରାମା

 

ରମଣିଙ୍କ ମଧ୍ୟେ କୂଳଚନ୍ଦ୍ରମା

 

ରସଲାଳସି ଭାବ ଗୁଣ ଯେତେ

 

ରହିଅଛି ସବୁ ମୋ ହୃଦଗତେ ସେ

 

ରସବତି ମଦାଳସି ଯେ

 

ରସସମୁଦ୍ରରେ ନ ରଷିଲେ ବାରେ

 

ନିଶ୍ଚେ ଗଲି ମୁହିଁ ଭାସି ଯେ

୨୭

ନବବୟସି ସେ ଲାବଣ୍ୟ ମୂର୍ତ୍ତି

 

ନୟନେ ପଶୁଚ୍ଛ ତାହାର ରୀତ

 

ସେଯେ ଦୟାକରୁ ପ୍ରାଣ ବାନ୍ଧବ

 

ରଚିଲେ ତା ସଙ୍ଗ ଗତି ପାଇବ ସେ

 

ନୋହିଲେ ଗଲା ଜୀବନ ଯେ

 

ଛାମୁରେ ଏ ମୋର ବେଦନା

 

ଦୁତୀ କହିବୁ ବହନ ଯେ

୨୮

 

 

 

 

ବିନୟ ଉଦନ୍ତି ଯେତେକ ମୋର

 

ବହନ କହି ତୁ ସଖି ଛାମର

 

ବୋଲିବୁ ପ୍ରିୟ ଧନେ କିଣିଥିଲେ

 

ବିବେକ ହୋଇ କିପାଁ ଏହା କଲ ସେ

 

ବୁଝି ଦୋଷ ଦଣ୍ଡ ଦିଅ ଯେ

 

ବିଳମ୍ବ ନକର ବହନ ତୁ ଚଳ

 

ସଖିରେ ଆଗରେ କହ ଯେ

୨୯

ଶୀଘ୍ର ଚଳେ ଦୂତ ଶ୍ରୀମତି କରି

 

ସକଳ କହିଲା ଶ୍ରୀକୃଷ୍ଣ ରୀତି

 

ଶୁଣିଣ କିଶୋରି ହେଲେ କାତର

 

ସବରେ ଚଳିଲେ ବୃନ୍ଦବନର ସେ

 

ଶ୍ରୀକୃଷ୍ଣ ପାଶେ ମିଳିଲେ ଯେ

 

ଶ୍ରୀମୁଖକୁ ଚାହିଁ ଶିରେ କର ଦେଇ

 

ବହୁ ବିନୟ କହିଲେ ଯେ

୩୦

 

 

 

 

ଶୁଣ ହେ ଶାରଙ୍ଗଧର ଶ୍ରୀହରି

 

ସବୁ ଦିନେ କିଣା ଦାସୀ ତୁମ୍ଭରି

 

ଶ୍ରୀମୁଖ ଦର୍ଶନକୁ ଆଶା ମୋର

 

ଶରଦଚନ୍ଦ୍ରକୁ ଯେହ୍ନେ ଚକୋର ସେ

 

ସେହି ମତି ମୋର ଆଶା ଯେ

 

ସବୁ ଦିନରେ କିଣିଲା ଦାସୀ ମୁହିଁ

 

ତୁମ୍ଭରି ପାଦେ ଭରସା ଯେ

୩୧

ଶ୍ରୀମୁଖକୁ ଚାହିଁ ଦିନ ହରିବି

 

ଶ୍ରୀ ପଦ୍ମପାଦେ ସେବା କରିଥିବ

 

ଶୁଣ ହେ ମୋହର ପ୍ରାଣ ଭିଷ୍ମର

 

ସନ୍ତୋଷେ ମତେ ଦିଅ ଏହି ବର ସେ

 

ଶିରେ ବେନିକର ଯୋଡ଼ି ଯେ

 

ପୁଣି ଶାମବନ୍ଧୁ କୋଳାଗ୍ରତ କଲେ

 

ତୁ ମୋର ପ୍ରାଣ ଈଶ୍ୱର ଯେ

୩୨

 

 

 

 

ହରଣିନୟନା ହରି ପାଶରେ

 

ହେଲା ଯେତେ ସୁଖ ସେହି କାଳରେ

 

ହୋଇଲେ ତୋଷ କିଶୋର କିଶୋରୀ

 

ହରଷେ ବୃନ୍ଦାବନେ କଲେ କେଳି ସେ

 

ହରିଲେ ଅଶେଷ ଦୁଃଖ ଯେ

 

ହୋଇଲେ ପ୍ରମୋଦ ଛାଡ଼ି ମନୁ ଖେଦ

 

ଲଭିଲେ ପରମ ସୁଖ ଯେ

୩୩

ଛାମୁରୁ ମେଲାଣି ମାଗି ସୁନ୍ଦରୀ

 

ଛଛନ୍ଦେ ବିଜେ କଲେ ନିଜପୁରୀ

 

କ୍ଷମାସାଗର ହେ ମୁରଲୀଧର

 

କ୍ଷମା କରିବ ଅପରାଧ ମୋର ସେ

 

ଛାର ପତିତ ପାମର ଯେ

 

କ୍ଷମେ କିଶୋର କିଶୋରୀ ପଦ୍ମପାଦେ

 

ମନ ଥାଉ ନିରନ୍ତର ଯେ

୩୪

 

ପାର୍ବତୀଙ୍କ ଜଣାଣ

କେଉଁ ପାମରଜନ କରୁଛି ନିବେଦନ

 

ଶଙ୍କରପତ୍ନୀ ମୁଖ ଚାହିଁ

 

ସିଂହପଛରେ ରହି କପୋଳେ କର ଦେଇ

 

ଅଯନ୍ତ ଆରତେ ଡ଼ାକଇ

 

ଗୋ ଭଗବତି

 

ଭାବୁକଜନର ବିନତି

 

ଘେନ ତୁ ମାତ ଜଗଦ୍ଧାତ୍ରି

 

ବଚନ ଧୃତି କରୁଅଛି ଗୋ ସତି

 

ବିନାଶ କର ମୋ ଦୁର୍ଗତି

 

ଭଗବତି

 

 

ମହିଷାସୁର ରୀତି ଦେଖିଣ

 

ସ୍ୱର୍ଗପତି ଘେନିଲେ ଦେବଙ୍କ ସହତି

 

କେଉଁ କାଳରେ ସ୍ତୁତି କରିଲେ ପ୍ରଜାପତି

 

ସେ କଥା ଜାଣିଣ ଶ୍ରୀପତି

 

ଗୋ ଭଗବତି

 

ଶଯ୍ୟାରୁ ଉଠିଣ ଝଟକି

 

ଆସି ସେ କାଳେ ବାଣୀ

 

ଦେବଙ୍କ ଦୁଃଖ ଦେଖି ହୋଇଲେ

 

ମହାକୋପି ଉଭବ କଲେ

 

ବା ଆଦୃତ ଗୋ ଭଗବତି

 

 

ନାନାଦି ଅସ୍ତ୍ର ଶସ୍ତ୍ର ଧରି ସେ କାଳେ

 

ମାତ ଦନୁଜବଳକୁ ସଂହାରି

 

ଜଷରେ ଶୂଳ ଧରି ଅସୁର ହୃଦେ ମାରି

 

ପେଶିଛ ତାକୁ ଯମପୁରି

 

ଗୋ ଭଗବତି

 

ଇନ୍ଦ୍ରାଦିଦେବଙ୍କ ଦୁର୍ଗତି

 

ମୋଚନ ହେବାରୁ ପାର୍ବତୀ

 

ରରୁ ପରା ଦୁର୍ଗତିନାଶିନୀ ନାମ ଗୋଟି

 

ସୁଜନେ ସର୍ବଦା ଭାବନ୍ତି

 

ଗୋ ଭଗବତି

 

 

କମଳେକ୍ଷଣି ମାତ ଦେଖି ମୋହ

 

ଦୁରିତ ନିଷ୍ଠୁର ହେଉଛ କିପାଁଇରେ

 

ଅପାଙ୍ଗେ ଚାହିଁ ଦେଲେହେଁ କୃପାମୟି

 

ଏ କଷ୍ଟ ଯିବ ତ୍ରାଣ ହୁଇ

 

ଗୋ ଭଗବତି

 

ନା ନା ଦେଶରୁ ଜନେ ଆସି

 

ତୋ ପାଦେ

 

ମସ୍ତକ ନିବେଶି ଚରଣାମୃତ ନୀର ପାନ କରି

 

ସତୁର ବହୁତ କରନ୍ତି

 

ସେ ସ୍ତୁତି ଗୋ ଭଗବତି

 

 

ତୋ ମୁଖ ଚନ୍ଦ୍ରଦ୍ୟୁତି ଦେଖିଣ

 

ନିଶାପତି ମହାସକୋଚ ମନେ ପାଇ

 

ଦିବସେ ଉଦେ ନୋହି ଜଳଧି ମଧ୍ୟେ ଯାଇ

 

ଲୁଚି ଅଛଇ ପରା ରହି

 

ଗୋ ଭଗବତି

 

ଭୈରବୀ ବିମଳା ଚର୍ଚ୍ଚିକା

 

ଏମାନେ ତୋର ଅଂଶ ଏକା

 

କଳୁଷ ସମୁଦ୍ରରେ ଭାସୁଅଛି

 

ମୁ ବାରେ ଏଥିରୁ ଉଦ୍ଧର ଅମ୍ବିକା

 

ଗୋ ଭଗବତି

 

 

ଅଲକ୍ତିପରି ରକ୍ତବର୍ଣ୍ଣ ଅଧର ମାତ୍ର

 

ଦିଶଇ କେଡ଼େ ଶୋଭାନ୍ୱିତ

 

ତହିଁରେ ଦ୍ୱିଜାବଳିମାନଙ୍କ ତେଜ ପତି

 

ହୋଇଛି ବଡ଼ ଶୋଭାବନ୍ତ

 

ଗୋ ଭଗବତି

 

ଗୁରୁଙ୍କ ପତ୍ରପୁଷ୍ପେ ହୁତାର ଅଟଇ

 

ବହୁତ ଆଦର ତେଣୁ

 

ମୟୂରପୁଚ୍ଛ ଗୁଚ୍ଛକୁ ଧରି

 

ସ୍ୱଚ୍ଛ ହୋଇ ବଞ୍ଚନ୍ତି କେତେ ନର

 

ଗୋ ଭଗବତି

 

 

ସଦାଶିବଙ୍କ ତୁହି ପତି କରିବାପାଇଁ

 

ପିତାଙ୍କ ସପ୍ତ ଲଘିଂକରି

 

ତାହାଙ୍କନାମ ସ୍ମରି ଗୃହରୁ ଗଲୁ

 

ଚାଲିସଙ୍ଗେ ଘେନିଣ ସହୁଚରି

 

ଗୋ ଭଗବତି

 

ଘୋରବନରେ ମିଳିରି

 

ବହୁତ ତପସ୍ୟା ଆଚରି

 

ମୁଡ଼ଙ୍କୁ ତୋଷକରି ଥିବାରୁ ଗୋ ଗଉରି

 

ମୁଡ଼ାନୀ ନାମ ଅଛୁ ଧରି

 

ଗୋ ଭଗବତି

 

 

 

 

 

 

ମାତ ସର୍ବମଙ୍ଗଳା ଦୁଃଖିଜନର

 

ଭେଳା ଅଟଇ ମହଁନା ତୋହର

 

ବେଳକୁ ବେଳ ହେଳ ଏ ଦୁଃଖ ବଳାଇଲା

 

ଦେଖି କି ହେଉଛୁ କାତର

 

ଗୋ ଭଗବତି

 

ଘୋଟିଛି ଏ ଦୁଃଖ ତିମିର

 

ମୋଚିତ୍ତ ରାତ୍ରି ମଧ୍ୟେ ଘୋର

 

କରୁଣା ସୁଧାକର ପେଶିଛେଦ ସତ୍ୱର

 

କହଇ ଦ୍ୱିଜ ନୀଳାମ୍ବର

 

ଗୋ ଭଗବତି

 

ଶ୍ରୀ ଚର୍ଚ୍ଚିକା ଦେବୀଙ୍କ ଜଣାଣ

ଅତି ଆରତହୋଇ ଅନ୍ତର୍ଗତେ

 

ଭାବଇ ଅଧମ ଏକ ନର ଆସି

 

ଅଶୁଭଛେଦକର ଅତି ପବିତ୍ରତର

 

ଚର୍ଚ୍ଚିକାଙ୍କର ପୀଠେ ବସି ଗୋ ଅଗସୁତା

 

ଅଟେ ଆଜନ୍ମ ଦୁଃଖି ମୁହିଁ

 

ଅନ୍ୟ ଶରଣ ମୋର ନାହିଁ

 

ଅନନ୍ତ ଆଶା ରି ଅୟିମାତ

 

ତୁମ୍ଭରି ଅଗ୍ରକୁ ଆସିଅଛି ଧାଇଁ ଗୋ

 

 

ଆଦିଦେୟ ପୂଜନୀ ଆଖଣ୍ଡଳ

 

ଅବନୀ ଆବାସୀଜନଙ୍କ ଆଦରି

 

ଆରତ ବିଧ୍ୱଂସିନୀ ଆନନ୍ଦପ୍ରଦାୟିନୀ

 

ଆପଦସାଗରତରଣୀ ଗୋ ଆଦିମାତ

 

ଆଉ ମୋ ପରି କର୍ମହୀନ ଅପନ୍ନ ଜନ ନାହିଁ

 

ଜାଣ ଆସିଅଛି ସେବିଣ ଅଖଣ୍ଡଳ ଭୁବନ

 

ମଧ୍ୟରେ ଯେତେ ଦେବମାନ ଗୋ

 

 

 

 

ଈଶ ମନୋହାରିଣୀ ଇନ୍ଦ୍ରପ୍ରଦଦାୟିନୀ

 

ଇନ୍ଦୁ ଧାରିଣୀ ବିମୋହିନୀ

 

ଈକ୍ଷଣ ଦାନ ମୋରେ ଇଛା ରୂପିଣୀ ବାରେ

 

ଈଷତେ ଆଜ୍ଞା ହେଉ ପୁଣି ଗୋ ଈଶପତ୍ନି

 

ଇଚ୍ଛନ୍ତି ତୋ ନାମ ଭୂପାଳେ

 

ଇତର ରାଷ୍ଟ୍ର ଜୟକାଳେ

 

ଇତି ଭୟ ଆବର ଏନ ମାନ ଅପାର

 

ଇନ୍ଦିରେ ନାଶ କୁତୁହଳେ ଗୋ

 

 

ଉତ୍କଟ ପାପ ବହ୍ନି ଉଗ୍ର ଶିଖାକୁ

 

ଘେନି ଉଠିଲେ ଜନ୍ତୁ ବନାନ୍ତରେ

 

ଉତ୍ପଳ ଲୋଚନରେ ଉଦ୍ରେକ ମାତ୍ରେ

 

ଯାର ଉତ୍ତେଜ ନାସ

 

ଯାଇପାରେ ଗୋ ଉତ୍ତମାଙ୍ଗି

 

ଉତ୍କଳ ଦେଶ ନିବାଶିନୀ

 

ଉତ୍କୃଷ୍ଠ ଦନୁଜ ଘାତିନୀ

 

ଉତ୍ତର ମୋର ଶୁଣି ଉଷତକି ହେଲାଣି

 

ଉପ୍ତୁଲ ପଦ୍ମାଘ୍ରିପାରିଣୀ ଗୋ

 

 

 

 

 

 

ରୂପ ଲାବଣ୍ୟ ମାର ରୁଦ୍ର ପ୍ରିୟେ

 

ତୁମ୍ଭର ଋଗ ଜନଙ୍କ କେଶ ହର

 

ଋଣ ଝୁଣ ନୂପୁର ଋତରେ ହରଙ୍କର

 

କରୁଛ ସନ୍ତୋଷ ବିସ୍ତାର ଗୋ ଇଷ୍ଟରୂପେ

 

ଋତୁରାଜ ଯେ ସଖା ତୋର

 

ରୂପକୁ ଆରାଧି ସହର ଋଷିଗଣଙ୍କସ୍ୱାନ୍ତ

 

ଋତ ଯୋଗକୁ କ୍ଷାନ୍ତ କରି

 

ଦେବାକୁ ଆଗୁଁସାର ଗୋ

 

 

ଲୁପ୍ତ ହେଲାଣି ମାତ ଏଣୁ ମୋ ଆଶାପଥ

 

ଲାଭ ନ ହେବାରୁ ତୁମ୍ଭର

 

ଲୋକ ବଚନ ମାନ ଲାଳିତ ମୃଗୁଁ ଜାଣ

 

ଲମ୍ବିତ କେଶି ନୁହେ ଆନ

 

ଗୋ ଲୋଳଜିହ୍ୱେ

 

ଲଜ୍ଜା ରୂପିଣି ଲକ୍ଷ ଲକ୍ଷ

 

ଲୋଡ଼ିଣ ସେବା ତୋର ରକ୍ଷ

 

ଲାଭ ହୋଇବ ବାଞ୍ଛା ବୋଲିଣ କରି

 

ଇଚ୍ଛା ରୁ ହୁ ଅନ୍ତି ତୋ ସମ୍ମକ୍ଷ ଗୋ

 

 

 

 

 

 

ଏକା ହୋଇଣ ମାତ ଏ ଅନନ୍ତ ଜଗତ

 

ଏକା ରୂପରୁ କରି ଜାତ

 

ଏକାନ୍ତ ପ୍ରଳୟରେ ଏକାକେ

 

ଏ କୁକ୍ଷୀରେ ଏକାବେଳକେ

 

କରୁ ଗୁପ୍ତ ଗୋ ଏକାକିନୀ

 

ଏ ତୁମ୍ଭ ବାହୁ ମାନଙ୍କର

 

ଏକା ପ୍ରସନ୍ନେ ପର୍ଶୁଧର

 

ଏକବିଂଶତିବାର ଏଡ଼େ କ୍ଷନ୍ତ୍ରିୟକୁଳ

 

ବିନାଶି ଥିଲେ ସଅ ମୂଳ ଗୋ

 

 

ଦହିକ ସୁଖ ଲାଭ କରିବାରେ

 

ମୁଁ ଭାବ ପ୍ରକାଶ କରିଛି ସନ୍ତତେ

 

ଏଥି ପାଇଁ ଚିନ୍ତିତ ହୋଇଛୁ ଜଗନ୍ନାତ

 

ମାରିତ ନାହିଁ ମୋକ୍ଷ

 

ତୋ ତେ ଗୋ ମାହେଶ୍ୱରୀ

 

ଇତିହାସର କଥା ମୂଳ ଶୁଣିଛି ପ୍ରଭାବ

 

ସକଳ ଐଶାର୍ଦ୍ଧଙ୍ଗ ଭାଗିନୀ ଦେବାକୁ

 

ତାହାପୁଣି ଅଛି ବହୁତ ତୋର

 

ବଳ ଗୋ ମାହେଶ୍ୱରୀ